ପ୍ରିୟା ମୋର

ପ୍ରେୟସୀ ତୁମର
ଆଖିର ନଜର
କୁହଇ କେତେ କାହାଣୀ,
ଗୋଲାପି ଅଧରୁ
ଝରି ଆସେ କେତେ
ମଧୁର କୁହୁକ ମଣି………..
ଆନମନା ପ୍ରୀତି
ତୁମ ପାଇଁ ସାଥୀ
ଦେଇଛି ସବୁ ସମର୍ପି,
କରୁଅଛି ଆଜ
ପ୍ରେମ ନିବେଦନ
ଜଣାଇ ଦିଅ ସମ୍ମତି…………
ପ୍ରେମ ସିନ୍ଧୁତୀରେ
ଭିଜିଯିବା ବାରେ
ପିଇ ପ୍ରୀତି ମଧୁ ରସ,
ବିଳମ୍ବ କିପାଇଁ
ମାନସୀ ମୋହର
ନୀରବେ ଥରୁଟେ ଆସ………
ପ୍ରେମ ସବାରୀରେ
ଆଣିବି ସାଥିରେ
ବଧୁଲୀ ବେଶେ ସଜାଇ,
ଓଢ଼ଣା ଆଡ଼ରେ
ଚାହିଁଥିବ ମୋତେ
ପ୍ରିୟା ଗୋ’ ଟିକେ ଲାଜେଇ……
ମଳୟ-ସମୀରେ
ତନୁ ମୋ’ ଶିହରେ
ଖୋଜେ ସାଥୀ ନିରନ୍ତରେ,
ଚାତକ ପରାୟେ
ଅନେଇ ବସିଛି
ସାଥୀ ତୁମ ଅପେକ୍ଷା ରେ……..।”


ସୁମିତ୍ରା ସାହୁ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *