ପ୍ରିୟାଗୋ…

ସ୍ବପ୍ନ ଦେଖିବାକୁ ଇଚ୍ଛା ହୁଏ ହେଲେ
ରାତି ଅନୁମତି ଦିଏନି
ତମ ବାହୁ ର ତଳ୍ପେ
ଶୋଇବା ଚାହେଁ ଗୋ
ସେତକ ଟିକିଏ
ପାଏନି….(୧)
ତମ କେଶ ଗଭା ତଳ
ବାସ୍ନାରୁ ଟିକେ ଆଘ୍ରାଣ ରୁ ଟିକେ ଭାବେ
ସେତକ ମିଳେନି
ନିରାଶ ରହେ
ପାଇବି ଆଉ କେବେ?….(୨)
ଆଖିରେ ଦେଖେ ମୁଁ
ଆକାଶକୁ ସିନା
ମୁଦିଦେଲେ
ଆସେ ଅନ୍ଧାର ରାତିର
ଛାୟା
ମୋ ଶରୀର କଥା
ଭାବେନି ମୁଁ ଜମା
ତମେ ମୋର ଛାୟା…(୩)
ପାଦରେ ତମର କବିତା ଛନ୍ଦ
ଚାଲିଗଲାବେଳେ
ଧୂଳି ଲେଖିଛି ଅନେକ
ପଢି ମୁଁ ଅପଢା ରହିଲି
ତମେ ପରା ମୋର
ସକାଳେ ଫୁଟିବ
ଅପେକ୍ଷାର ଫୁଲ କଢି…(.୪)

Pratap Rath
Boudh

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *