ପିତୃଦିବସ

ବାପା !

ଆଜି କ’ଣ ଜାଣିଛ ?

ଆଜି ପିତୃ ଦିବସ ବାପା !

ଆଜି ତୁମର ଦିବସ ।

କିନ୍ତୁ କ’ଣ କରିବି ବାପା !

ତୁମର ଦିବସ ଯେ ?

ତୁମକୁ ଟିକିଏ ଶୁଭେଚ୍ଛା ବି ତ 

ଜଣେଇ ପାରିଲି ନି ।

କେବଳ ଦିନସାରା ୱ୍ଆଟ୍ସ୍ ଆପ୍ 

ଏବଂ ଫେସ୍‌ବୁକ୍ ହିଁ ଦେଖୁଥିଲି ।

ସେଠି ସମସ୍ତଙ୍କ ଷ୍ଟେଟସ୍‌ ଏବଂ

ପୋଷ୍ଟରେ କେଵଳ ଥିଲେ ବାପା।

ତାଙ୍କରି ବାପା ଏବଂ ସେମାନେ,

ସମସ୍ତ ସାଙ୍ଗ-ସାଥୀ , ଭାଇ-ଭଉଣୀ ।

ସମସ୍ତେ ନିଜ ବାପା ସହ ଫୋଟୋ ନେଇ ,

ହେପ୍ପି ଫାଦର୍ସ ଡେ ଲେଖି ଛାଡ଼ିଥିଲେ । 

ସମସ୍ତ ଭାଇ-ବନ୍ଧୁ ଙ୍କ ସହ ତାଙ୍କ ବାପା

ଙ୍କ ଫୋଟୋ ଦେଖି ଆଖି ଭରିଗଲା ଲୋତକରେ ।

ମୁଁ ତାହା ଦେଖି ଦେଖି ଫେରିଗଲି  ସେ ଦିନକୁ,

ଯେଉଁଦିନ ତୁମେ ଥିଲ ବାପା ! ମୋ ସାଥିରେ ।

ଯେଉଁଦିନ ଜଣା ନ ଥିଲା ମୋତେ

ପିତୃ ଦିବସ କ’ଣ ବୋଲି ।

କିନ୍ତୁ ଆଜି ବହୁତ୍ ମନେ ପଡ଼ୁଛି ବାପା,

ତୁମ କଥା ସବୁ , ତୁମ ଭଲ ପାଇବା ।

ଆଜି ତମେ ଥାନ୍ତ ଯଦି, ବର୍ଷ ସାରା

ତୁମଠୁ ହିଁ ପଇସା ନେଇଥାନ୍ତି।

ଆଜି ତମେ ଥାନ୍ତ ଯଦି, ସେଇ ପଇସାରୁ

ଆଣିଥାନ୍ତି ତୁମ ପାଇଁ ପେଣ୍ଟ ସାର୍ଟ ।

ତୁମ ସହ ଯାଇ ତୁମରି ପାଇଁ ହିଁ,

ଆଣିଥାନ୍ତି ବାପା କେକ୍ ।

ଧୁମ୍ ଧାମ୍‌ରେ ପାଳନ କରିଥାନ୍ତି ମୁଁ,

ତୁମରି ଦିନକୁ, ପିତୃ ଦିବସକୁ  ।

କିନ୍ତୁ ତାହା ସବୁ ରହିଗଲା ଭାବନା ହୋଇ,

ବାପା! ମନ ଭିତରେ ମୋର ।

ତୁମ ଫୋଟୋ ଦେଖି ଦେଖି ମନକୁ ମୋର

ବୁଝେଇ ଦେଲା ବାପା ଝିଅ ତୁମର ।

ତୁମକୁ ଯେତେ ଖୋଜିଲେ ବି ଆଉ

ପାଇ ହେବ ନାହିଁ ବୋଲି ।

ପାଇବି ଯଦି ସପନରେ ତୁମକୁ

କିଛି ମୁହୂର୍ତ୍ତକ ପାଇଁ ବାପା ।

ପ୍ରତ୍ୟକ୍ଷ ଭାବରେ ଆଉ କେବେ

ଭେଟ ହେବନି ତୁମ ସାଙ୍ଗରେ ।

ଅଥଚ ଏ ବୁଝେଇବା ଚେଷ୍ଟା ମୋର

ସବୁ ବିଫଳ ହେଲା ବାପା !

ମନକୁ ଯେତେ ବୁଝାଇଲେ ବି ପାରେନି

 ବୁଝେଇ , ବହୁତ ମନେ ପଡ଼ ବାପା ତୁମେ ।

ବାପା! ତୁମ ପରି ଆଉ ନାହାନ୍ତି କେହି,

ତୁମେ ହିଁ ଥିଲ ମୋ ଆକାଶ ।

ନିର୍ଜନତାରେ, ଜନଗହଳି ଭିତରେ,

ତୁମେ ଖୁବ୍ ମନେ ପଡ଼ ବାପା ସବୁଠାରେ ।

କୌଣସି ଗହଳି ପୂରଣ କରିପାରେନି ,

ତୁମରି ସେ ସ୍ନେହଭରା ଶୂନ୍ୟତାକୁ ।

ତୁମ ଅଳିଅଳ ଝିଅ ପୂଜା ।।

ସାକ୍ଷୀ ଅଗ୍ରୱାଲ

ଝାରସୁଗୁଡ଼ା

One thought on “ପିତୃଦିବସ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *