ଅରନ୍ ଆଏ ଜୀବ୍ ଜଗତର୍
ସବୁନୁ ମୂଲ୍ ଆଧାର୍
ସେ ଅରନର୍ ବଲେ ଅଏସୋ
ଚଲୁଛେ ସାରା ସଁସାର୍।
ଅରନର୍ ଗୁନ୍ ଯେତେ ଗାଏଲେ
କହେଲେ ସରେ ନାଇଁ
ସେଥିର୍ ଲାଗି ତ ସଁସାର୍ ସାରା
ଗୁନ୍ ଗାଉଛେ ଭାଇ।
ସେ ଗୁନ୍କେ ଗାଏବାର୍ ଲାଗି
ମାନୁଛୁଁ ହୋ ନୂଆଁଖାଇ
ଉସତ୍ ମନେ ଗହକି ହେଇ
ଯେତେ ଅଛୁଁ ଭାଇଦାଇ।
ଧର୍ତି ମାଆର୍ ହିଆକେ ଚିରି
ଧାନ୍ ଖେଡ଼୍ଟେ ପକାସି
ଦିହିଁକେ ଦହି ମେଘ୍ ବାଦଲ୍
ପାଏନ୍ ଭୁରେ ଭୁରେ ଦେସି।
ସେ ପାଏନ୍ ପାଇ ଧାନ୍ ଖେଡ଼୍କ
ଦଲ୍କି ପଲ୍କି ଉଠ୍ସି
ସୁନାର୍ କେଁଡ଼ା ପକେଇ କରି
ଅରନ୍ ମୁଠେ ଦେସି।
ମାଏଟ୍ ସାଂଗେ କାଏଟ୍ ହେଇ
ଖଟ୍ନି ଖଟ୍ସି ଚାଷୀ
ଲହୁ ଲୁହୁ ପାଏନ୍ଧାର୍ ହେଇ
ଖେତେଁ ଯାଏସି ବର୍ଷି।
ମାଏଟ୍ ବାଦଲ୍ ଆର୍ ଚାଷୀ
ଖଟ୍ସନ୍ ହଁସି ହଁସି
ତିନ୍ହି ଜନ୍କର୍ କରମର୍ ବଲେଁ
ଧାନ୍ କେରାକ ହଁସ୍ସି।
ଖଟ୍ସି କିଏ ଖାଏସି କିଏ
ଇଟା କେନ୍ତା ନିଏ
ଇତାକୁଁ ପାସ୍ରି କାହାର୍ ଗାଉଛୁଁ
ଆମେ ଜୟେ ଜୟେ।
ଧର୍ତୀ ସାଂଗେ ମେଘ୍ ବାଦଲ୍
ତାର୍ ସାଂଗେ ଅରନ୍ଦାତା
କୁରୁତ୍ ହେମା ଇମାନ୍କର୍ ଠାନେ
ନୂଆଁଖାଇର୍ ହେଉ ଅନୁଚିଂତା।
ନାଇଁହେଉଁ ଆମେ ଅରନ୍ସଏଲ୍
ନାଇଁକରୁଁ ଅରନ୍ ଖଏତ୍
ଅରନ୍କେ ଜାନୁଁ ଅରନ୍କେ ଚିନ୍ହୁଁ
କ୍ଷେତ୍ରମଣି ବିଭାର
ସମ୍ବଲପୁର