ତମେ ଗଲା ପରେ

ଚାଲେ ଯେବେ ଆଜି
ସ୍ମୃତି ସିନ୍ଧୁ ତୀରେ
ପାଦଚିହ୍ନ ମୋର
ମୁଁ ଖୋଜିବୁଲେ ।
ମିଶିଛି କେତେ ଯେ
ଲୋତକର ନଈ
ଢେଉ ବି ଖୁସିର
ଯାଇଛି ଭିଜାଇ ,
କଳନା ମୁଁ କରିଚାଲେ।

ପାଦେ ଫୁଟେ ଯେବେ
ତୀକ୍ଷ୍ଣ ପଥର
ମନେ ପଡିଯାଏ
ଗ୍ଳାନି ଅତୀତର ।
ପାଦତଳୁ ଯେବେ
ବାଲି ଖସିଯାଏ
କୋକୁଆ ଭୟରେ
ଛାତି ଥରିଯାଏ,
ଖୋଜେ ମୁଁ ହାତ ତୁମର ।

କାହିଁ ଇନ୍ଦ୍ରଧନୁ
ସପ୍ତରଙ୍ଗ ବିଭା
କାହିଁ ସେ ମଳୟ
ଆତ୍ମସ୍ପର୍ଶୀ ବାଆ ।
କଳୁଷିତ ଆଜି
ସ୍ମୃତିର ସାଗର
ମିଶି ମିଶି ତହିଁ
ବିଷାଦ ଜହର,
ଜୀଇଁବାକୁ ଖୋଜେ ରାହା ।

ତଥାପି ତୁମର
ସ୍ମୃତିକୁ ସେମିତି
ସୁନା ଶାମୁକାରେ
ରଖିଛି ସାଇତି ।
ହୃଦୟ କାନ୍ଥରେ
ଆଙ୍କି ତାର ଛବି
ଅତୀତ ସ୍ମୃତିକୁ
ବର୍ତ୍ତମାନ ଭାବି,
କାଟୁଥାଏ ଦୀନରାତି ।

ଶଶିକାନ୍ତ ମହାନ୍ତ,

ବାରିପଦା, ମୟୂରଭଞ୍ଜ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *