ପାଞ୍ଚ ନୁହେଁ ପଚାଶ ପୁରୁଷ
ହୋଇ ପାରନ୍ତି ପ୍ରେମିକ,
କେତେବେଳେ ସେ କେଉଁ ପୁରୁଷକୁ
ପସନ୍ଦ ଆସେ ‘ଫୁଲ’ ପରି
‘କଇଁ’ ପରି ।
ଚାରି ପଟେ ଭାରି ଭିଡ଼
ଯୌବନ ର ଲାଳସା ରେ
ଉନ୍ମତ୍ତ ହୁଅନ୍ତି ପାଗଳ ଭଅଁର ।
ଆଞ୍ଚୁଡି଼ ଯାଏ ଦେହ ମନ
ସମଗ୍ର କୋମଳ ଶରୀର
ଉଁ’ କି ଚୁଁ’ ର ଭାଷା ଟେ ଶୁଭେନି
ତା’ ନରମ ଓଠରୁ
କିଏ ନିଜର ହେବ କି
କାହାକୁ ନିଜର କରିବ
ଅଡୁଆ କ୍ଷିଅର ନକ୍ସା ଠଉରେଇ ପାରେନି,
କେବଳ ବାରଂବାର ଦେହ କୁ ଦାହ କରେ
ଅନ୍ୟ ସୁଖ ଲାଗି ।
କେମିତି କହିପାର ତାକୁ ବାରଙ୍ଗନା ବୋଲି
ଅଗ୍ନି ପରୀକ୍ଷା କି ସବୁବେଳେ ଲୋଡ଼ା !!
କେବେ ଥରେ ସତ୍ୟର ସାରଥି ସାଜି ଦେଖ
କହିବ ତ ନିଶ୍ଚେ ‘ତଥାପି ସେ ସତୀ’।।
