ଗୁତି

ଚତୁର୍ଭୁଜର ମଝଆଁ ପିଲାଟା
ଗଉଁତିଆ ଘରର୍ ଗୁତି
ବଛର୍ ଗୁଟା ଖଟ୍ ଲେ ପାଏସି
ଧାନ୍ ଦଶ୍ ପୁରୁଗ୍ ଭୁତି

ଆମର୍ ଦୁଇ ଆମେ ଦୁହେଁ ଦୁଇ
ମାନିଛେ ସର୍ କାରୀ ନୀତି
ବେର୍ କେ ବତା ବାଗିର୍,ହେନ୍ ତା
କନିଁଆ ତାର୍ ରାଏମତୀ

ଧୁକା ବର୍ ଷା ଗର୍ ଡି ଝଁକେର
ଶୀତ୍ କାକର୍ ବାରମାସି
ଝୁଲ୍ ଝୁଲୁନୁ ସାହାକାର୍ ଘରେଁ
ବିନ୍ ଡାକେଁ ହାଜ୍ ରା ଦେସି

ହଲେ ବଳଦ୍ ଜୁଏଡ୍ ଲଙ୍ଗଲ୍
ହାତେଁ ଧରି ପାଚେନ୍ ବାଡ଼ି
ଯାଏସି ମାଡି ଧର୍ ସା ବାହାଲ
ପିଲା ଜଞ୍ଜାଲ୍ ପଛେଁ ଛାଡି

ଭୁଜା ନୁହେଁସେ ଦରଦ୍ ବୁଚ୍ କେ
ବାନ୍ଧି ଥିସି ହେଟା ହଜ୍ ରୀ
ଦୁଃଖର୍ ଭାତ୍ ପଖାଲ୍ ଖାଏସି
ପିଇସି ଥିର୍ ଖୁରି ଖୁରି

ଘରୁଁ କ୍ଷେତ୍ କେ କ୍ଷେତ୍ ନୁ ଘର୍ କେ
ସଁସାର ଯାଏ ତାର୍ ସରି
ଦୁନିଆଦାରି ଖଁଗେଂ ବଢେ ଯେତେ
ଛୁଚାଥିଁ ନେଇ ହୁଏ ଘାରି

କିଏ ଡାକ୍ ସି ବେଡା କଣାଁ ବଲି
ଡାକ୍ ସନ ହଲିଆ ଗୁତି
କିଏ କହେସି ମୁନୁସ୍ ତ ନି’ସେ
ପଖନ ଆଏ ତାର୍ ଛାତି

ସୁହଂସ ଭୋଇ
ପହଣ୍ଡି ,ବରଗଡ଼

Leave a Reply

Your email address will not be published. Required fields are marked *