ବଢେ ଆଧିକର୍, ଦରବ୍ ଗୁଟ୍’କ,
ନାଆଁ ଟାକ ତାର୍ ଖଜା,
ରଜା ନୁ ପର୍’ଜା , ସବ୍’କର୍ ମନେ,
ତାହାର୍ ଦର୍’ଜା ଉଁଚା ।
ଶାଶ୍ ଘର୍ ଖଟି, ଗଲେ ସୁନା ନାକି
ସଁଗେ ତ ଯାଏସି ଧରି ,
ଅଏର୍’ସା ,ମୁଗିଆ, ଦାଁତ୍’ରି ଖଜା ,
ଚଂଘ୍’ରା ଭୁଗ୍’ଲି ଭରି ।
ଯାତ୍’ରା ଦେଖା ଟା, ବନେ ଲାଗ୍’ସି କେଁ
ଖଜା ନାଇଁ ଦେଲେ ଘିନି ,
ହାଟ ର୍ ଦିନ୍ କେ, ମନ୍ ଯୁଗି ଥିସି,
ବା’ ଦେବା ବଲି ଆନି ।
ଲଗନ୍ ଧରା ନୁ ପିନ୍ଧାନି, ବିହା,
ଝିଇ ଲେଉଟେନ୍ ଭାରେଁ ।
ବନ୍ଧୁ ର୍ ଭାବ୍ ଥି, ସୁଆଦ୍ ଭରି
ବନ୍ଧନ୍ ମଧୁର୍ କରେ ।
ତିହାର୍’ ବାହାର୍, ଚାଲି ଚଲ୍’ନି ର୍,
ମାନ୍ ତ ବଢଉ ଥାଉ,
ରଜା ପର୍’ଜା, ସବ୍’କର୍ ଲାଗି,
ଆଧିକର୍ ହେଇ ରହୁ ।
Sibani Padhi
Balikulunda, Bargarh