କବି ଗଙ୍ଗାଧର

ଓଡ଼ିଆ ଭାଷାର ଅଳକାନନ୍ଦା ହେ
ତୁମେ କବି ଗଙ୍ଗାଧର
ସତେକି ପଙ୍କରୁ ପଙ୍କଜ ଅଙ୍କୁର
ସୁଧା ଅମୃତର ଝର I

ତୁମ କଲମରେ କଳକଣ୍ଠ କହେ
କେତେ କଥା ସୁମଧୁର
ସକାଳ ଆସଇ ମଙ୍ଗଳ ବେଳାରେ
ଧରି ପଲ୍ଲବିନୀ ହାର
ପ୍ରକୃତିର ଚିତ୍ର ଆଙ୍କିଛ ଜୀବନ୍ତ
ସାଜି ଏକ ଚିତ୍ରକର I

ବିଲରେ କୃଷକ ଗାଇଛି ସଙ୍ଗୀତ
ଅମଳ କରିଛି ଶସ୍ଯ
ଲେଖନୀ ମୁନରୁ ଝରିଛି ଅନେକ
କାବ୍ୟ କବିତାର ରସ
ତପସ୍ଵିନୀ ଇନ୍ଦୁମତୀ ଅର୍ଘ୍ୟଥାଳି
ଆଦି ରସ-ରତ୍ନାକର I

ମାତୃଭୂମି ପ୍ରୀତି ମାତୃଭାଷା ପ୍ରତି
ସଦା ତୁମେ ସମର୍ପିତ
ଭାଷାର ପରାଣେ ଜୀବନ ଭରିଛ
ଥିଲା ଦିନେ ମୃତବତ୍
ଭକ୍ତି ପୁଷ୍ପାଞ୍ଜଳି ଘେନାହେଉ ଆହେ
କବିଶ୍ରେଷ୍ଠ ଉତ୍କଳର I

ସୁହଂସ ଭୋଇ
ପହଣ୍ଡି,ବିଜେପୁର, ବରଗଡ଼

Leave a Reply

Your email address will not be published. Required fields are marked *