କନ୍ୟାଟିଏ ପରା ଦୁଇ କୁଳ ହିତା
ନାଆଁଟି ତାର ଦୁହିତା
ଦୁନିଆ କୁ ଧରି ଚଳି ପାରିଲେ
ସେ ହୁଏ ଜଗତ ଜିତା
ତା ଚଲା ପଥରେ ପଡିଥାଏ କଣ୍ଟା
ତାକୁ ଦେଖିବାକୁ ହୁଏ
ଭାଗ୍ୟହୀନ ଥିଲେ ଯଦି କିଛି ଘଟେ
ଅପଦସ୍ତ ସିଏ ହୁଏ
କନ୍ୟାଟିଏ ହୁଏ ଜାୟା ଓ ଜନନୀ
ଭଗିନୀ ବି ହୋଇ ଥାଏ
ଜନନୀ ରୂପରେ କେତେ ଖୁସିରେ
ସମସ୍ତଙ୍କ ଯତ୍ନ ନିଏ
ସୀତା ଓ ସାବିତ୍ରୀ ଅହଲ୍ୟା ଦ୍ରୌପଦୀ
ତାଙ୍କରି ଆଦର୍ଶ ସିଏ
ନିଜ ସୁଖ ଭୂଲି କଷ୍ଟକୁ ଆବୋରି
ସଂସାରେ ନାଆଟି ବାହେ
ତାର ଅବଦାନ ସ୍ବର୍ଗଠୁ ବଡ
ସବୁଠି ପ୍ରଶଂସନୀୟ
ସ୍ନେହ, ପ୍ରେମ, ଶ୍ରଦ୍ଧା ବଳେ
କରେ ଜଗତକୁ ଜୟ
ଘନ ଅନ୍ଧକାର ଦୁରେଇ ଦିଏ ସେ
ନିଜର ଆଲୁଅ ରେ
ସମସ୍ତେ କହନ୍ତି
ଜଗତ୍ ଜନନୀ ସେ
ମୁଣ୍ଡ ନୁହନ୍ତି ତା ଠାରେ
କନ୍ୟା ରତ୍ନ ପାଖରେ