ମନ ବାନ୍ଧିଥିଲା ସୁନ୍ଦର ବସାଟେ
ଉଡ଼ିଗଲା ସୁନା ଚଢ଼େଇ,
ଇଛା ନାହିଁ ଆଉ ବାନ୍ଧିବାକୁ ଆଶା
ଭରସା ପାରୁନି ସଜେଇ ।
ଦିନ ପରେ ରାତି ରାତି ପରେ ଦିନ
ସପନେ ହେଉନି ଦେଖା,
ଏହି ବୋଧେ ଅଟେ ବିଧାତା ଙ୍କ ଇଛା
ଲିଖିତ ଭାଗ୍ୟ ଏ ରେଖା।
ତୁମ ବ୍ୟସ୍ତତା ବହୁଳ ଜୀବନରେ
ସାଜିବିନି କେବେ ବାଧା,
ଭାବିଥିଲା ମନ ହୃଦୟ ଦେବତା
ହେଲା ପୂଜା ଟି ମୋ’ ଅଧା।
ତୁମ ମନ୍ଦିର ଯଦି ପ୍ରକୃତ ତପି
ତପ ଅଟେ ମୋର ଯୋଗ୍ୟ,
ଶେଷ ଇଛା ମୋହର ପୂରଣ ହେବ
ଜଦି ଥିବା ମୋର ଭାଗ୍ୟ ।
ଯୁଇରେ ଜଲୁଥିବା ବେଳେ ମୋ ଚିତା
ଯଦି ପାଇବ ଖବର,
ଶାନ୍ତି ଅଭିପ୍ରାୟେ ମୋହରି ଆତ୍ମା
ବାଟ ଚାହିଁବ ତୁମର ।
ବେଶି ସମୟ ନୁହେଁ କ୍ଷଣିକ ପାଇଁ
କରିବ କି ଟିକେ ଦେଖା,?
ତବ ଦର୍ଶନେ ମୋ ଜଳନ୍ତା ଶରୀର
କୁ ରାହା ମିଳିବ ସଖା।
ମାଟି କୋଳରେ ପଡ଼ିଥିବା ମୋ ଚିତା
ଦୁନିଆରୁ ତୁମେ ଲୁଚି,
ଚିତା କୁ ମୋର ତୁମ କୋମଳ କରରେ ।
ପାଣି ଟିକେ ଦେବ ଛିଞ୍ଚି ।
ସଙ୍ଗୀତା ଦିପ
ହାଟପଦା ୱାନ.୧୨
ବରଗଡ଼