ଆଖି ଇସାରା

 ଆଖିର ଇସାରା  ଗହନସେ କଥା

 ବୁଝିବି ଅବୁଝା ରହେ,

 ବୁଝିବା ପାଇଁକି ଶାଠ ପାଠ ଲୋଡା

 ମରମ ବଖାଣ କହେ…..।।୦।।

 ନୀଳ ସାଗରରୁ ଘନ ନୀଳ ସିଏ

 ଗଭୀରତା ନାହିଁ ଜଣା,

 ଆକାଶ ଛାଉଣୀ ଛୋଟ ପଡିଯାଏ

 ପରିସୀମା ଆନମନା,

 ଆଖି ଇସାରା ରେ ଜୀବନ ଭରଇ

 ମରି ହଜିଥିଲା ଦେହେ…..।।୧।।

 ଝରିଗଲେ କେବେ ଲୁହ ଦୁଇ ଧାର

 ଗପ ଉପନ୍ୟାସ ହୁଏ,

 କାହା ପାଇଁ ଅବା ପ୍ରେମର କବିତା

 ପରାଣ ଦହନ ସିଏ ,

 ସେ ଆଖି ଇସାରା ମନତନ ଡେଇଁ

 ହୃଦୟର ଭାବ କହେ…… ।।୨।।

ଆଶୁତୋଷ ମେହେର 

 ଆର୍ୟ୍ୟପଲ୍ଲୀ

କିଟଛକ  ପଟିଆ,  ଭୁବନେଶ୍ବର

9437085396

Leave a Reply

Your email address will not be published. Required fields are marked *