ଆଉ ଏକ ସନ୍ଧ୍ୟା ର କାହାଣୀ

ଏ ପଟେ ଗରାଖ ଙ୍କ ଭିଡ଼

ସେ ପଟେ କଅଁଳା ଶିଶୁ ର ଭୋକିଲା ଚିତ୍କାର 

ଇଏ ସନ୍ଧ୍ୟା ର ଆବର୍ତ୍ତମାନ  ରେ ବଦନାମ  ଗଳି ରେ ଥିବା ଝୁମ୍ପୁଡ଼ି ଘରର  ନିତିଦିନିଆ ଘଟଣା,

ବେଳେ ବେଳେ  ମନ କୁ ଖୁବ ଉଦବେଳିତ କରେ,

କିନ୍ତୁ ପେଟର ଭୋକ ଯେ ଅସହ୍ୟ,

ଧନବାନ ପ୍ରେମିକ ଙ୍କ କଅଁଳ କଥା ରେ ଦିନେ ଝରି ପଡିଥିଲା ଗାଉଁଲି କନ୍ୟା

ବିକି ଦେଇ ବଦନାମ  ଗଳି ରେ ଚାଲିଯାଇଥିଲା ଧୋକାବାଜ ପ୍ରେମିକ, 

ସେଇ ଦିନୁ ଚାନ୍ଦ ବିବି ର ଛତ୍ରଛାୟା ରେ ନୀରିହା,

ପ୍ରତ୍ୟେକ ସନ୍ଧ୍ୟା ହୁଏ ତାର ବାସର ରାତି,

ଦିନେ ଦିନେ ରଜବତୀ ହୋଇ ମଧ୍ୟ ଜୀବିକା ପାଇଁ ରଖିଥିଲା ସମ୍ପର୍କ 

କେଉଁ ଏକ ଅଭିଶପ୍ତ ସନ୍ଧ୍ୟା ରେ କାହାର ସମ୍ଭୋଗ ରେ ସେ ଗର୍ଭବତୀ ହେଲା ଜାଣିନି, 

ଭୂମିଷ୍ଠ ହେଲା କଅଁଳା ଶିଶୁ କନ୍ୟା, ନିର୍ଜନ ବେଳା ରେ 

ହାର ମାନେ କଅଁଳା ଶିଶୁ ର ଚିତ୍କାର, 

ଗରାଖ ଙ୍କ ଆତ୍ମ ସନ୍ତୁଷ୍ଟି  ରେ ଦି ମୁଠା ଅନ୍ନ ମିଳେ, 

କଅଁଳା ଶିଶୁ କୁ ପେଟ ପୁରା କ୍ଷୀର ମିଳେ

କିନ୍ତୁ ଗରାଖ ଙ୍କର ହିଂସ୍ର ନଖ ଓ ଦାନ୍ତ ର ଦାଗ ସ୍ପଷ୍ଟ ବାରି ହୋଇ ପଡେ ଶରୀର ରେ, 

ଖିନ ଭିନ ହୋଇଯାଏ ଶରୀର ସହ ହୃଦୟ,

ଯନ୍ତ୍ରଣା ଜର୍ଜରିତ ଶରୀର ଥକ୍କା ମେଣ୍ଟାଇବା ପାଇଁ  

ଛିଣ୍ଡା ମସିଣା ରେ ଲୋଟି ପଡେ,

ତଥାପି ଗରାଖ  ଙ୍କ ସନ୍ତୁଷ୍ଟି ପାଇଁ ପୁଣି ସମର୍ପି ଦେବାକୁ ହୁଏ ସେହି ଯନ୍ତ୍ରଣାକ୍ଲୀଷ୍ଟ  ଅବଶ ଶରୀର,

ବଂଚିବାକୁ ହେବ ସେଥିପାଇଁ ଦେହସୁହା ହୋଇ ଯାଇଛି ଏ ନିତିଦିନିଆ ରୁଟିନ ଜୀବନ,

ବେଳେ ବେଳେ ଏକାନ୍ତ ରେ, ନିଶବ୍ଦ ରେ, ବ୍ୟଥିତ ହୃଦୟ ର କେଉଁ ଏକ ନିଭୃତ କୋଣରୁ ବାହାରି ପଡେ “ହେ ପ୍ରଭୁ…

ଅଜୟ କୁମାର ନାଥ

ରିଜର୍ଭ ପୋଲିସ ଲାଇନ , ସମ୍ବଲପୁର 

9437083865

Leave a Reply

Your email address will not be published. Required fields are marked *