କହିବାକୁ ଥାଏ ଅନେକ କିଛି ହେଲେ କହି ହୁଏ ନା ….
ସେତେବେଳେ ମୌନତା କେତେ କଥା କହି ଯାଉଥାଏ,
ଯେଉଁଥିରେ ଶବ୍ଦ ନଥାଏ କିନ୍ତୁ ଭାବ ଥାଏ ,
ସେଥିରେ ବହୁତ କିଛି ଅନୁଭବ କରି ହୁଏ,
ଏବଂ ହୃଦୟ ଭିତରୁ ଗୋଟେ ସ୍ଵର ଆସି
ବାରମ୍ବାର ପଚାରି ଯାଉଥାଏ ….
ମୋ ଅନ୍ତର ର ସ୍ଵର ତୁ ଶୁଣି ପାରୁଚୁ ନା …
ମୋ ଆଖି ତତେ କିଛି କହୁଚି
ତୁ ବୁଝି ପାରୁଚୁ ନା …
ମୋ ନିରବତା ଭିତରେ କେତେ କଥା ଅଛି
ତୁ ଜାଣି ପାରୁଚୁ ନା….
