ଆମେ ପ୍ରଥମ ଭାଗ ରେ ଦେଖିଲେ ଆକାଶ ଯୋଉ ବର୍ଷା କୁ ନିଜ ଠୁ ଅଧିକ ଭଲ ପାଉଥିଲା ତାକୁ ଆଉ ଜଣେ ଝିଅ ପାଇଁ ନିଜ ଠୁ ଦୂରେଇ ଦେଇଥିଲା । କିନ୍ତୁ ବର୍ଷା ତା ସବୁ ସ୍ମୃତି କୁ ସାଥିରେ ନେଇ ,ଆକାଶ ପୁଣି ଫେରିବ ବୋଲି ବିଶ୍ୱାସ ରଖି ଆଗେଇ ଚାଲିଥିଲା ।
ବର୍ଷା ଆଉ ଆକାଶ ମଧ୍ୟରେ ଦୂରତା ବଢ଼ି ଚାଲିଥାଏ । ଏମିତି ବହୁତ ସମୟ ବିତି ଗଲା , ବର୍ଷା ଭାବିଲା ଆକାଶ ଆଉ ତା ପାଖକୁ ଫେରିବ ନି । ତାପରେ ବର୍ଷା ତା ମନ ରେ ଚିନ୍ତା କଲା ସେ ଆକାଶ ର ଦୁନିଆଁ ରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯିବ ।
ହେଲେ କଥାରେ ଅଛି ପରା ପ୍ରଥମ ପ୍ରେମ କୁ ଭୁଲି ଯିବା ଏତେ ସହଜ ବି ନୁହେଁ ! ଠିକ୍ ବର୍ଷା ସାଥିରେ ମଧ୍ୟ ଏହି ଘଟଣା ଟି ଘଟିଛି ଆକାଶ କୁ ସତ ଚେଷ୍ଟା ପରେ ମଧ୍ୟ ଭୁଲି ପାରୁନି ସେ । ସେ ଭାବୁଥାଏ ଆକାଶ କଣ ପାଇଁ ଏମିତି କଲା ?
ଆଉ ଠିକ୍ ସେ ସମୟ ରେ ଜାଣିପାରିଲା ଯେ ତାକୁ ସେ ଯୋଉ ଝିଅ ପାଇଁ ନିଜ ଠୁ ଦୂରେଇ ଦେଇଥିଲା , ସେ ଝିଅ ସହିତ ମଧ୍ୟ ଆକାଶ ଭଲ ପାଇବାର ଛଳନା କରୁଚି । ତାକୁ ଠକି ପୁଣି ଆଉ ଗୋଟେ ଝିଅ ସହ ମିଳା ମିଶା କରୁଚି , ଏ କଥା ଜାଣିପାରିଲା ବର୍ଷା , ଏଥର ବର୍ଷା କୁ ବୁଝିବାରେ ଆଉ ସମୟ ଲାଗିଲାନି ସେ ଠିକ୍ ବୁଝି ପାରିଲା ଯେ ଆକାଶ କାହାର ବି ହେଇ ପାରିବନି ।
ଏ ସବୁ ଜାଣିବା ପରେ ବର୍ଷା ଭାଙ୍ଗିପଡିଲା, ଆକାଶ କଥା ଭାବି ସେ ମାନସିକ ଅଶାନ୍ତି ଭିତରେ ରହିଲା । ଦିନରାତି କାନ୍ଦିଲା । ଏମିତି କିଛି ଦିନ ବିତି ଗଲା । ତା ପରେ ତା ମନରେ ଭାବନା ଆସିଲା ସେ କାହା ପାଇଁ କାନ୍ଦୁଚି , ଚିନ୍ତା କରୁଛି ଯିଏ ତାକୁ କଷ୍ଟ ଦେଇଛି । ଆଉ ତା ପରେ ତା ମନରେ ଜାତ ହେଲା ଦୁନିଆଁ କୁ କିଛି କରି ଦେଖାଇବା ର ଭାବନା ।
ତା ମନ ରେ ଜନ୍ମ ନେଇଥିବା କୋହ, କ୍ରୋଧ ଓ ଭଲପାଇବା ର ଦୁର୍ବଳତା ଦୃଢ଼ଶକ୍ତି ନାମକ ଅସ୍ତ୍ର ରେ ପରିଣତ ହେଇ ତାକୁ ସାହାଯ୍ୟ କଲା ଜିବନ ରେ କିଛି କରି ଦେଖାଇବାକୁ । ଆକାଶ ଓ ଦୁନିଆଁ କୁ କିଛି କରି ଦେଖାଇବା ଏକ ମାତ୍ର ଜିଦ୍ ଓ ଲକ୍ଷ ରଖି ଶପଥ କଲା ବର୍ଷା ।
ବର୍ଷା ର ଜିଦ୍ ଓ ଲକ୍ଷ୍ୟ ଏବେ ସମାଜ ରେ ତାକୁ ଏକ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚୟ ଦେଇଛି ।
ଆଉ ଏଇ ସମୟ ମଧ୍ୟ ରେ ଆକାଶ ମଧ୍ୟ ତାର ଭୁଲ ବୁଝି ପାରିଛି ।
ଆକାଶ ବୁଝି ପାରିଛି ଯେ ବର୍ଷା ଠୁ ଅଧିକ ତାକୁ ଆଉ କେହି ଭଲ ପାଇ ପାରିବେ ନାହିଁ । ବର୍ଷା ମନରେ ସେ ଦୁଃଖ ଦେଇଛି ତାକୁ ଯାଇ ସେ କେମିତି ଭୁଲ ମାଗିବ ? କୋଉ ମୁଁହ ନେଇ ସେ ବର୍ଷା ସମ୍ନା କୁ ଯିବ ?
ଆକାଶ ମନରେ ପ୍ରଶ୍ନ କଣ ବର୍ଷା ତାକୁ କ୍ଷମା କରିଦେବ ? ଏମିତି ସବୁ ଭାବନା ଆଉ ପ୍ରଶ୍ନ କୁ ନେଇ ଆକାଶର ମନ ଚଳ ଚଞ୍ଚଳ ହେଉଛି।
ସବୁ ପରେ ଆକାଶ ମନରେ ସାହସ ବାନ୍ଧି ବର୍ଷା ସାମ୍ନା କୁ ଗଲା, ତାର ଭୁଲ ପାଇଁ ତାକୁ କ୍ଷମା ମାଗିଲା ତାକୁ କହିଲା ତୁ ପରା ମୋର ପ୍ରଥମ ଓ ଶେଷ ପ୍ରେମ ତତେ ଛାଡି କଣ ମୁଁ ବଞ୍ଚି ପାରିବି ।
ଭୁଲ ତ ସମସ୍ତଙ୍କ ଦ୍ୱାରା ହୁଏ ଆଉ ମୋ ଦ୍ଵାରା ମଧ୍ୟ ହେଇଚି । ତୁ କଣ ମତେ କ୍ଷମା କରିବୁନି ?
ବର୍ଷା କହିଲା ମୁଁ ଏବେ ମଧ୍ୟ ତମକୁ ବହୁତ ଭଲ ପାଏ ଆକାଶ କିନ୍ତୁ ମତେ ଲାଗୁନି ତମେ ମତେ କେବେ ଭଲ ପାଇଥିଲ ।
କାହିଁକି ନା ତମେ ଯଦି ସତରେ ମତେ ଭଲ ପାଇଥାନ୍ତା ତାହାଲେ ଆଉ କାହା ପାଇଁ ଏମିତି ଅଧା ରାସ୍ତା ରେ ମତେ ଛାଡି ଯାଇ ନଥାନ୍ତା , ଆଉ କାହା ପାଇଁ ମତେ ଏମିତି କଟୁ କଥା କହି ନଥାନ୍ତା । ଯୋଉ ସମୟରେ ତମର ଆବଶ୍ୟକତା ମତେ ଥିଲା ତମେ ସେ ସମୟରେ ମୋ ହାତ ଛାଡି ଦେଲ ମତେ ଏକା କରିଦେଲ । ମୁଁ ନିଜକୁ ନିଜେ ସମ୍ଭାଳି ଆଜି ଆସି ଏଠି ପହଞ୍ଚିଛି । ତମେ ମୋ ଭରସା ବିଶ୍ୱାସ ସବୁ କିଛି ଭାଙ୍ଗି ଦେଇଛ।
ମତେ କ୍ଷମା କରିଦେବ ମୁଁ ଆଉ ପାରିବି ନି ଆକାଶ । ବହୁତ କଷ୍ଟ ରେ ନିଜକୁ ସମ୍ଭାଳିଛି। ପୁଣି ସେମିତି କିଛି ହେଲେ ମୁଁ ଆଉ ସହି ପାରିବି ନି । ଭଲପାଇବା କୁ ଏବେ ମତେ ଡର ଲାଗୁଚି ।
ମୁଁ ତମକୁ କ୍ଷମା କରିଦେବି ସତ କିନ୍ତୁ ତମର ସେ ଭୁଲ କୁ କେବେ କ୍ଷମା କରି ପାରିବି ନାହିଁ । ସେଇ ପୁରୁଣା କଥା କୁ ଭୁଲି ହୁଏ ତ ମୁଁ ତମକୁ ନିଜର କରିନେବି ହେଲେ ତମେ କୁହ
ଆଉ ସେ ଭଲ ପାଇବା ଆଗ ଭଳି ମଜବୁତ୍ ହେଇ ପାରିବ କି ? ସେ ବିଶ୍ୱାସ ଆଉ ଫେରିବ କି ? ତାକୁ ନେଇ ହୁଏ ତ ଆମ ଭିତରେ ଫାଟ ସୃଷ୍ଟି ହେଇପାରେ । ଆମ ଭିତରେ ବାରମ୍ବାର ଝଗଡ଼ା ହେଇ ପରେ ଆମେ ଖୁସି ରେ ରହି ପାରିବା ନି ।
ଭଲ ହେବ ଆମ ଭିତରେ ଆମେ ବନ୍ଧୁତା ସ୍ଥାପନ କରିବା । ଆମେ ଦୁହେଁ ପ୍ରଥମ ରୁ ଭଲ ବନ୍ଧୁ ଥିଲେ ଆଉ ଏବେ ମଧ୍ୟ ସେ ଆଗ ପରିକା ବନ୍ଧୁ ହେଇ ରହିବ। ଦୁହେଁ ଦୁହିଁଙ୍କ ବିପଦ ରେ ଛିଡ଼ା ହେବା ।
ପ୍ରେମ ଠୁ ବନ୍ଧୁତ୍ୱ ର ସ୍ଥାନ ବହୁତ ଉଚ୍ଚ ରେ । ପ୍ରେମ ଭାଙ୍ଗି ଯାଏ ହେଲେ ବନ୍ଧୁତା କେବେ ଭାଙ୍ଗେ ନି ।
ଆକାଶ ଲୋକ କୁହନ୍ତି ଭଗବାନ ଯାହା ବି କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ବୋଧେ ଭଗବାନ ଆମକୁ କିଛି ଜଣାଇବା ପାଇଁ ଅଲଗା କରିଥିଲେ। ତମେ ତ ଜାଣିଛ ଆମ ଭଲ ପାଇବା କୁ ଆମ ପରିବାର ମଧ୍ୟ ଗ୍ରହଣ କରି ନ ଥାଆନ୍ତି ଆଉ ପରିବାର ବିରୁଧ ରେ ଯାଇ ବାହା ହେବା ଭୁଲ , ହେଲେ ଭଲ ପାଇବା ଏମିତି ଏକ ସମ୍ପର୍କ କେବେ କାହା ସହ ଗଢି ଉଠେ ଜାଣି ହୁଏ ନା । ଆଉ ଆମ ଭିତରେ ମଧ୍ଯ ସେ ସଂପର୍କ ଗଢି ଉଠି ଥିଲା କିନ୍ତୁ ଭଗବାନ ଆମକୁ ସତର୍କ କରିଦେଲେ ସେଥି ପାଇଁ ବୋଧେ ଭଗବାନ ଆମକୁ ଜାଣି ଶୁଣି ଅଲଗା କରି ଦେଲେ ।
ଆମକୁ ମାନି ନେବାକୁ ପଡିବ ଯେ ଭଗବାନ ଆମ ଭଲ ପାଇଁ ଆମକୁ ଅଲଗା କରିଛନ୍ତି । ଆମେ ଯତେ ବଳେ ସଂପର୍କ ରେ ଆସିଥିଲେ ଘର ଲୋକଙ୍କ କଥା ଭାବି ନଥିଲେ । କିନ୍ତୁ ଭଗବାନ ଆମକୁ ତାହା ଭାବି ବା ପାଇଁ ବାଧ୍ୟ କଲେ ।
ତମେ ମତେ ଛାଡ଼ିବାପରେ ମୁଁ ବୁଝି ଗଲି ମୋ ପରିବାର ମୋ ପାଇଁ କେତେ ଜରୁରୀ । ତମେ ତ ମତେ ଅଧା ରାସ୍ତା ରେ ଛାଡି ଦେଲ କିନ୍ତୁ ମୋ ପରିବାର ଆଜି ବି ମୋ ସହ ଅଛି । ମୁଁ ଭଲ ପାଇ ଯୋଉ ଭୁଲ କରିଛି ତାହା ବୁଝି ସାରିଛି। ଏବେ ମୁଁ ଦୁନିଆଁ ଲୋକଙ୍କ ପାଇଁ ପ୍ରେରଣା ର ପଥ ସାଜିବି । ମୋ କାହାଣୀ ସମସ୍ତେ ପଢ଼ିବେ । ସମସ୍ତେ ଜାଣିବେ ଏ ବର୍ଷା କେତେ ସାହସୀ।
ବହୁତ ଜଣ ପ୍ରେମ ପାଇଁ ଆତ୍ମହତ୍ୟା କରୁଛନ୍ତି କିନ୍ତୁ ମୁଁ ସବୁ କୁ ସାମ୍ନା କରି ଆଜି ଜୀବନ ରେ ଏକ ପ୍ରତିଷ୍ଠିତ ବ୍ୟକ୍ତି ହେଇ ପାରିଛି । ମୁଁ ହାରି ଯାଇ ନି ! କି ଆଗକୁ କେହି ମତେ ହରାଇ ପାରିବେ ନି । ମୁଁ ଆଗକୁ ଏମିତି କିଛି କରିବି ମତେ ନେଇ ମୋ ପରିବାର ଆଉ ଦୁନିଆଁ ଗର୍ବ କରିବ ।
ଆଉ ଏମିତି ଆକାଶ ଆଉ ବର୍ଷା କେବଳ ବନ୍ଧୁ ହେଇ ରହି ଗଲେ ତାଙ୍କ ପ୍ରେମ କାହାଣୀ ଅଧୁରା ରହି ଗଲା ।
ବର୍ଷା ସବୁ କିଛି ଭୁଲି ବାକୁ ଚେଷ୍ଟା କରେ ହେଲେ ବେଳେ ବେଳେ ତାର ପୁରୁଣା କଥା ସବୁ ମନେ ପଡେ କିନ୍ତୁ ଆଖିରୁ ଲୁହ ଦି ଟୋପା ଝରାଇ ମା ବାପା ଙ୍କ କଥା ଭାବେ ନିଜ ଲକ୍ଷ କଥା ଭାବେ । ଏବେ ବର୍ଷା ତା ଜୀବନ ରେ ବୋହୁତ ଆଗକୁ ଗଲାଣି। ଆଉ ଆକାଶ ମଧ୍ୟ ତା ଜୀବନରେ କିଛି ଲକ୍ଷ ରଖି ଆଗେଇ ଚାଲିଚି ।
ଦୁହେଁ ପରସ୍ପର ଠୁ ଦୂରେଇ ଗଲେ ସତ ହେଲେ ଦୁହେଁ ଦୁହିଁକୁ ଆଜି ବି ଭଲ ପାଆନ୍ତି। କିନ୍ତୁ ଦୁନିଆ ସାମ୍ନା ରେ ସେମାନେ ଭଲ ବନ୍ଧୁ ହେଇ ରହିଯାଇଛନ୍ତି ।
ଇ ଏ ଥିଲା ଆକାଶ ଆଉ ବର୍ଷା ଜୀବନ ର ଅଧୁରା ପ୍ରେମ କାହାଣୀ ।