ଗଅଁତିଆର୍ ବାକସ୍ ଥି ସମକର୍ ନିଘା
ଭାଜୁର୍ କୁଟୁର୍ କେତେ କଥା ଚାଲିଛେ
ହେତାର୍ ଭିତରେ କାଣା ଅଛେ ବଲି
ଗଅଁତିଆ ଆଏଁଖ ମୁଜବାର୍ ଆଘୋନୁ
ସଭେ ଭାବୁଛନ୍ ଗୁମର୍ ଯାଉ ଖୁଲି ।
ଖଟ୍ ତଲେ ଯତନ୍ କରି
ରହିଛେ ହେ ବାକସ୍ ବିସ୍ଥାପନ ବେଲୁ
କେଭେ କିଏ ନାଇଁ ଦେଖି
ତାର ପାଖକେ ନାଇଁ ଯାଇ କେନ୍ କାଲୁ
ପୋ ଝି ବହ ଭିଲ୍ ନିଘା ରଖିଛନ୍
ହେ ବନ୍ଦ ବାକସ୍ ଦିନେ ଖୁଲୁ
କିଏ କହୁଛେ ଗଅଁତିଆ ନିଶ୍ଚେ
ଛଁଚିକରି ରଖିଛେ ସେଥି ଧନ ସମ୍ପତି ବଲି ।
ଆଁଖଲ୍ ଧାର୍ ବୁହି ଯାଉଛେ
ସମିଆଁ ସଙ୍ଗେ ତାଲ୍ ମାନ୍ ଧରି
ପାନି ଭରି ଗଲାନ ବାବୁ ଜଲଦି ଆ
ଶୁଭୁଛେ ଇହାଦେ ଭିଲ୍, ସବୁ ଗଲାନ ସରି
ମାଁ ଡାକୁଛେ, ଇଆଡ଼େ ମାଁ ମାଏଟ୍ ଡାକୁଛେ
କାହାର୍ କଥା ଶୁନବା ସେ ଜୁଆନ୍
ସରକାର ବାହାଦୁର୍ ଭିଲ୍ ଗଲାନ ଅମ୍ରି ।
ସପନ୍ କେ ଲଦିକରି ପିଠି ଆସିଥିଲା ସେ
ସାଙ୍ଗ ସରତା, କକା, ବଡି
କେତନି କେତେ ଲେତା ଆର୍ ଭାବ୍କେ
ମହାନଦୀର୍ ପାଏନ୍ ଥି ଉହୁଲେଇ କରି
ସବୁ ଛିନଛତର୍ ହେଇଥିଲା
ଶେଷେ କାଣା ଅନିଥିଲା ସମ୍ପତ୍ତି ଯେ
ହେ ବାକସ୍ ଥି ଯତନେ ଦେଇଥିଲା ଭରି ।
ଶେଷକେ ଖୁଲଲା ବାକସ୍
ମହାଜନ୍ର ଆଖିଥି
ସତେ ଯେନ୍ତା ଜୀବନ ଆସଲା ଫିରି
ଚମକି ଗଲେ ସଭେ,
ପୋ ଝି ହେଲେ ଆଂଫ୍ରି ଚିପ୍ରି
ସମକର୍ ମନେ ଗୁଟେ ପ୍ରଶ୍ନ
ଗଅଁତିଆ କାଏଁଯେ ରଖିଥିଲେ ଇ ମାଏଟ୍ ଢେଁଡ଼େକେ
ଏତେ ଯତନ କରି ।
ଏ ବାବୁ ଇଟା ଖାଲି ମାଏଟ୍ ନୁହେଁସେ
ଜୀବନ ଭିତରେ ମୋର୍
ଜନମ୍ ଭୂଇଁକେ ନାଇଁ ପାରଲି ଦେଖି
ସବୁ ସରଗ୍ ସୁଖ ପାଇଯିମି
ମୋର୍ କପାଲେ ମାଁ ମାଟିକେ ଦେଲେ ଟିକେ ଲେପି
କହଁରି ଉଠିଥିଲା ସମକର୍ ମନ୍
ମାଟି କପାଲେ ଲେପା ହେଲା
ତା’ର୍ ଉତାରୁ ସତକେ ସତ ସବୁ ଶେଷ
ଗୁଟେ ବିସ୍ଥାପନର ଗାଥା ହେନୁ ଯାଇଥିଲା ସରି ।।
ବଢିଆ କବିତା ଭେଦିଗଲା ମନକେ