ବନ୍ଧନ

ଥିଲାବେଳେ
ପାଖେ ପାଖେ
ଯେତେ ସବୁ ରାଗ ରୁଷା ମାନ ଅଭିମାନ
ଦୂରେ ଗଲେ
ଝୁରି ଝୁରି
ନୀରବରେ ପୋଛୁଥାଅ ଅଶ୍ରୁ ସିକ୍ତ ନୟନ।

ଦଂଶୁ ଥାଅ
ନାଗ ହୋଇ
କ୍ରୋଧର ଗରଳ ଯେତେ ସବୁ ନିକ୍ଷେପିଣ
ଝାଡ଼ୁ ଥାଅ
ବିସ ପୁଣି
ଗାଇ ଗାଇ ପଦ୍ମତୋଳା ସୃଷ୍ଟିର ଜଣାଣ।

ପାରେ ନାହିଁ
ଜାଣି ମୁହିଁ
ତୋ ଏମନ୍ତ ଭାବର ନିଆରା ଆକର୍ଷଣ
ରୁଷି ଯାଏ
ହସି ଦିଏ
ମନେ ମନେ ଭାବେ ଏ କେମିତିକା ବନ୍ଧନ!

ତପନ କୁମାର ବେହେରା

କାନପୁର, ନରସିଂହପୁର,କଟକ

Leave a Reply

Your email address will not be published. Required fields are marked *