ମୋ ମନ ହୃଦୟ ର ରଙ୍ଗୀନ କାଗଜରେ
ଲାଖି ରହିଥିଲା ତୋ ପ୍ରେମ ରଙ୍ଗରେ ବୋଳା,
ସାଧବ ବୋହୂର ଛବି
ସକାଳରୁ, ସଞ୍ଜ, ସଞ୍ଜ ରୁ ରାତି,
ତୋ ମିଠା ସ୍ୱର ରେ ମୁ ଯାଉଥିଲି ହଜି
ଆଜି, ତୁ ବି ଅଛୁ, ମୁ ବି ଅଛି,
ସେଈ ତୋ ଚାହାଣି,
ସେଇତୋ, ନାଲି ଓଠ ର ମିଠା ବାଣୀ,
ନାହିଁତ ଆଉ ଆଗ ଭଳି
ମୋ ମନ ହୃଦୟ ର ପ୍ରତିଟି କୋଣରେ,
ପ୍ରତି ଟି ରକ୍ତ ବିନ୍ଦୁରେ,
କେବଳ ଆଙ୍କିହୋଇ ରହିଛି ତୋହର ଛବି
ତୋର ସେଈ ମନଲୋଭା ଛବି କୁ
ମନହୃଦୟର ସିନ୍ଦୁକରେ, ରଖିଛି ସାଇତି,
ଯୋଉଠୁ ଏ ଦୁନିଆ ସତ ଚେଷ୍ଟା କଲେ ବି
ମୋ ହୃଦୟ କୋଣରୁ ଛଡେଇନେଇପାରିବନି
ତୋର ସେଈ ମନଲୋଭା, ପ୍ରୀତି ଭରା ଛବି
ଆଲୋକ କୁମାର
ବୁଢାରଜା, ସମ୍ବଲପୁର
ମୋବାଇଲ – 8480502250